ବିନା ଆଧାରରେ, ବିନା ତଥ୍ୟ ରେ କେଉଁ ସଜ୍ଜନ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉଚିତ୍ ନୁହଁ, ସମୟ ତ ପ୍ରମାଣିତ ନିଶ୍ଚିତ କରିବ ତାହା ଉଚିତ୍ ଥିଲା କି ନାହିଁ, କିନ୍ତୁ ଆରୋପ ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ ଦୁର୍ଜନ ମାନଙ୍କୁ ଏଇ କିଛି କ୍ଷଣ ପାଇଁ ସଜ୍ଜନ ମାନଙ୍କର ସଜ୍ଜନତା କୁ ଉପହାସ କରିବାର ସୁଯୋଗ ମିଳିବ, ୟା ଦ୍ଵାରା ସବୁଠୁ ବଡ଼ କ୍ଷତି ହେବ ଅନେକ ସାଧାରଣ ଲୋକଙ୍କ ଭିତରେ ସଜ୍ଜନ ମାନଙ୍କର ସଜ୍ଜନତା ଉପରେ ନକାରାତ୍ମକ ଭାବନା ସୃଷ୍ଟି ହେବ, ଯାହା ଏତେ ସୁଦୂର ବ୍ୟାପି ପ୍ରଚାର ପ୍ରସାର ହୋଇଯିବ ଓ ଏହା ସାଧାରଣ ବ୍ୟକ୍ତି ଭିତରେ ଏମିତି ଅବଧାରଣା ସୃଷ୍ଟି କରିବ ଯେ ଏହି ମିଥ୍ୟା କାଳିମା କୁ ସଫା କରିବାକୁ ଅନେକ ପରିଶ୍ରମ ଓ ସାଧନା କରିବାକୁ ହେବ, କାରଣ ମିଥ୍ୟା ବା ଅସତ୍ୟ ଏମିତି ଏକ ଜିନିଷ ଯାହା ଅତି ଶୀଘ୍ର ଗ୍ରହଣୀୟ ହୋଇଯାଏ, ଅସତ୍ୟ ବା ଅନୁଚିତ ବିଚାର ଠିକ୍ ସିଡି ରୁ ଅବତରଣ କଲା ଭଳି, ଜଣେ ସିଡି ରୁ ଅନାୟାସରେ ଅବତରଣ କରିପାରେ କିନ୍ତୁ ଆରୋହଣ କୁ ଅନେକ ସମୟ ଓ ସାଧନ ର ଉପଯୋଗ କରିବାକୁ ପଡିଥାଏ, ଅନ୍ୟାୟ, ଅଧର୍ମ, ଅନୀତି, ଅସତ୍ୟ କାର୍ଯ୍ୟ ବା ବିଚାର କୁ ତିରସ୍କାର କିମ୍ବା ସମାଲୋଚନା କରିବା ଉଚିତ୍ କିନ୍ତୁ ତାହାର ସତ୍ୟାସତ୍ୟ ଓ ଆଧାର କୁ ବି ବିବେକ ପୂର୍ବକ କୌଣସି ପୂର୍ବାଗ୍ରହ ନ ରଖି ଅତି ସନ୍ତର୍ପଣର ସହିତ ମୂଲ୍ୟାଙ୍କନ କରିବା ବି ଅତି ଆବଶ୍ୟକ, 🙏
Related Posts

25 ବର୍ଷର ରାଜତନ୍ତ୍ର
ସରକାର ଙ୍କୁ କିଛି ପରାମର୍ଶ ଦେବାକୁ ବିଜେପି କାର୍ଯ୍ୟକର୍ତ୍ତା କି ସରକାର ଏହାକୁ pressure ବୋଲି ଭାବିବା ଅନୁଚିତ, ଦୀର୍ଘ 25 ବର୍ଷ ଧରି ରାଜତନ୍ତ୍ର ଭଳି ଏକ ଭୟପୂର୍ଣ୍ଣ ବାତାବରଣ ରେ ଥିବା ରାଜ୍ୟବାସୀ ତାର ହୃଦୟ ର ଆବେଗ କୁ ପରିପ୍ରକାଶ କରିବାକୁ ବ୍ୟଗ୍ର, ଲାଗୁଛି ସତେ ଯେମିତି ରାଜ୍ୟ କୌଣସି କ୍ରୁର ହାତରୁ ମୁକ୍ତି ପାଇଛି, ତେଣୁ ଅନେକ ଦିନର ଅନେକ ଅତ୍ୟାଚାର ଓ ବେଦନା ରେ ପୀଡିତ ବ୍ୟକ୍ତି ଅନେକ ଆଶା […]
ପାରଦର୍ଶିତା
ରତ୍ନ ଭଣ୍ଡାରର ଅଳଙ୍କାର ଓ ଅମୂଲ୍ୟ ରତ୍ନ ସାର୍ବଜନୀନ ହେବାର କଥା ଯେଉଁ ଅଭିଯୋଗ ଆସୁଛି ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଗ୍ରହଣ କରି ପାରୁନି, ହଁ ଏହାର ଗଣତି ମଣତି ପ୍ରାମାଣିକ ସହକାରେ ଶାସକ ଦଳ, ବିରୋଧୀ ଦଳ, ଅବସର ପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତି,ଶ୍ରୀମନ୍ଦିର ପ୍ରଶାସକ ତଥା ଶ୍ରୀମନ୍ଦିର କମିଟି କିମ୍ବା ଆଉ କାହାକୁ ନେଇ ଏଇମାନଙ୍କ ଭିତରେ ପାରଦର୍ଶିତା ସହିତ ହେଉ, ଯେମିତି ନିଜ ଘରେ କଣ କଣ ଅମୂଲ୍ୟ ପଦାର୍ଥ […]
ଓଡ଼ିଶା ଯୋଗ୍ୟପୁତ୍ରଙ୍କ ଗନ୍ତାଘର
ରାଜ୍ୟ ବିଜେପି ସରକାର ଙ୍କ ଗୋଟିଏ ନିଷ୍ପତ୍ତି ” ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ” କୁ “ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ” କରିବା କଣ ଅନୁଚିତ୍?? କଣ ଏଥିରେ ଓଡ଼ିଶା ରାଜ୍ୟର ସ୍ୱାଭିମାନ, ଅସ୍ମିତା ଓ ଅସ୍ତିତ୍ଵ ଧରାଶାୟୀ ହେଇଗଲା?? ବିଜୁ ବାବୁଙ୍କ ନାମ ଠାରୁ ଏଇ ମାତୃଭୂମି ର ନାମ ଉତ୍କଳ ବା ଓଡିଶା କଣ ତୁଳନାତ୍ମକ ଭାବେ ଏତେ ନ୍ୟୁନ?? କେବଳ ବିଜେଡି ନୁହଁ କଂଗ୍ରେସ ବି ଏହାକୁ ଓଡ଼ିଆ ଅସ୍ମିତା […]