ସତ୍ୟ, ଧର୍ମ ଓ ନ୍ୟାୟର ପୂଜାରୀ ହୁଅ, ସେ ଶତୃ ପକ୍ଷର ହେଉକି ମିତ୍ର ପକ୍ଷର, ଯେଉଁଠି ବି ସତ୍ୟ, ଧର୍ମ ନ୍ୟାୟର ଅସ୍ତିତ୍ୱ ଅନୁଭବ ହେଉଛି ତାର ପୂଜା କର, ସେ ବ୍ୟକ୍ତି ହେଉ କି ସମୂହ, ତାର ପ୍ରଶଂସକ ହୁଅ, ଦୁନିଆର ରୀତି ନୀତି କୁ ବି ଅଣଦେଖା କରିଦିଅ, ନିରପେକ୍ଷ ହେବାର ଦ୍ୱାହି ଦେଇ ଧର୍ମ ର ପକ୍ଷଧର ନ ହୋଇ କିମ୍ବା ଅଧର୍ମକୁ ବି ବିରୋଧ ନ କରି ନୀରବ ହୋଇଯିବା ତ ଏକ କ୍ଳୀବ ର ପରିଚୟ ଦେଇଦେଲ ନା ଆଉ କିଛି?? ହୁଏ ତ ତୁମେ ଧର୍ମ ପକ୍ଷରେ ରହିବ ଅଥବା ଅଧର୍ମ ପକ୍ଷରେ, କୌରବ ର ପକ୍ଷଧର ହେବ ନହେଲେ ପାଣ୍ଡବଙ୍କର , ଉଚିତ୍ ନିର୍ଣ୍ଣୟ ନେବାକୁ ହେବ, ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ କିମ୍ବା ମହାଦାନୀ, ମହା ଯୋଦ୍ଧା କର୍ଣ୍ଣର ଭୂମିକାରେ ରହିବ କି ଜଗଦଗୁରୁ ଶ୍ରୀକୃଷଙ୍କର ଭୂମିକାରେ ନିର୍ଣ୍ଣୟ ନିଜସ୍ଵ, ହଁ ଦୁନିଆ ଲାଞ୍ଛନା ଲଗାଇ ପାରେ, ଜଗତ କର୍ତ୍ତା ହୋଇ କେମିତି ନିଜର ମର୍ଯ୍ୟାଦା ର ଉଲ୍ଲଂଘନ କଲେ, ଜଗତ ପିତା ଙ୍କର ଦୃଷ୍ଟିରେ କୌରବ ଓ ପାଣ୍ଡବ ଉଭୟ ତାଙ୍କର ସନ୍ତାନ ହୋଇଥିବା ସ୍ଥଳେ କେବଳ ପାଣ୍ଡବଙ୍କର ପକ୍ଷଧର ହୋଇ, ନିଜର ନିରପେକ୍ଷତା ନ ରଖି ନିଜ ସନ୍ତାନ ରୂପୀ କୌରବଙ୍କର ପରୋକ୍ଷରେ ହତ୍ୟା ର କାରଣ କେମିତି ହୋଇ ପାରିଲେ?? କିନ୍ତୁ ଭଗବାନ ଶ୍ରୀକୃଷ୍ଣ ମୁକ୍ତ କଣ୍ଠରେ ଘୋଷଣା କରିଛନ୍ତି ହଁ ମୋତେ ସଂସାର ପକ୍ଷଧର ହେବାର ଆରୋପ ଲଗାଉ ସେଥିପାଇଁ ମୋର ଅବଶୋଷ ନାହି, କିନ୍ତୁ କେବଳ ଏଇ ଦ୍ଵାପର କାହିଁକି ମୁଁ ଯୁଗେ ଯୁଗେ ଧର୍ମର ପକ୍ଷଧର ହୋଇ ଅଧର୍ମୀ ,ଅତ୍ୟାଚାରୀ ମାନଙ୍କର ସଂହାର କରିବି, ଯେଉଁଠି ଭଗବାନ ବି ନିରପେକ୍ଷ ହେବାକୁ ପସନ୍ଦ କରନ୍ତି ନାହିଁ ସେଠାରେ ତୁମେମାନେ କେଉଁ ନିରପେକ୍ଷତାର ଡିଣ୍ଡିମ ପିଟୁଛ ??? ହର ହର ମହାଦେବ 🙏🙏🙏
ଅସ୍ତିତ୍ୱର ପ୍ରଶଂସକ
