ତୁମେମାନେ କେଉଁ ବିଜ୍ଞାନ, କେଉଁ ଆଧୁନିକତା, କେଉଁ ବିକାଶ ର ଡିଣ୍ଡିମ ପିଟି ଗର୍ବ ଅନୁଭବ କରି ପରମ ସତ୍ତା ପ୍ରତି ସନ୍ଦେହ ପ୍ରକଟ କରୁଛ?? ଏଇ ତୁମର ସର୍ବଶ୍ରେଷ୍ଠ ସଂରଚନା ଯାହାକୁ ନେଇ ଅହଙ୍କାରୀ ହୋଇଯାଇ କୋଟି କୋଟି ବ୍ରହ୍ମାଣ୍ଡ ର ସଂରଚକ ସଞ୍ଚାଳକ ଙ୍କ ଅସ୍ତିତ୍ବ କୁ ଅସ୍ୱୀକାର କରୁଛ ??? ବିଶ୍ୱର ଆଜିର ସବୁଠୁ ବଡ଼ ଖବରରୁ ନିଶ୍ଚିତ ଅନୁଭବ କରିଥିବ ତୁମର ସାମର୍ଥ୍ୟ ଓ ଶକ୍ତିକୁ, ସାମାନ୍ୟ ଏକ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟର ଯାନ୍ତ୍ରିକ ଓ ବ୍ୟବହାରିକ ତ୍ରୁଟି ବିଶ୍ୱର ବିମାନ ସେବାକୁ କିଛି ଘଣ୍ଟା ପାଇଁ ପ୍ରଭାବିତ କରିଦେଲା, ସତରେ ଏ ବିକାଶ କେତେ ଅସହାୟ?? ଯେଉଁ ବିଜ୍ଞାନ ଆଜିର ଦିନରେ ସ୍ୱୀକାର କରେ ବ୍ରହ୍ମାଣ୍ଡ କୁ ମାତ୍ର 43 ପ୍ରତିଶତ ଜାଣିବାରେ ସେ ସକ୍ଷମ, କିନ୍ତୁ ଯିଏ ଏଭଳି କୋଟି କୋଟି ବ୍ରହ୍ମାଣ୍ଡ ର ରଚୟିତା, ଯାହାର କଳ୍ପନା ମାତ୍ରକେ କୋଟି କୋଟି ବ୍ରହ୍ମାଣ୍ଡ ନିମିଷକରେ ସୃଷ୍ଟି ହୁଏ ଓ ବିଲୀନ ହୋଇଯାଏ ,ସେହି ସର୍ବଶକ୍ତିମାନ୍ ପରମେଶ୍ଵର ଙ୍କର ଅଂଶ ବିଶେଷ ହୋଇ ମନୁଷ୍ଯ ଏହି ଆଧୁନିକତା ବା ବିକାଶ ଓ ବିଜ୍ଞାନ ର ସାମାନ୍ୟ ପ୍ରତିଭା ରେ ପ୍ରଭାବିତ ହୋଇ ତାହାଙ୍କୁ ଅବିଶ୍ୱାସ କରୁଛି, ଅନାଦର କରୁଛି, ଏହାଙ୍କ ଅସ୍ତିତ୍ବ ଓ ଅସ୍ମିତା ଉପରେ ପ୍ରଶ୍ନ ଚିହ୍ନ ଉଠାଉଛି????ହଁ ଏ ଭୌତିକ ଜୀବନରେ ବିଜ୍ଞାନର ନିଶ୍ଚିତ ଆବଶ୍ୟକତା ଅଛି, ଯାହା ଜୀବନ ବଞ୍ଚିବାରେ ସହାୟକ ହୁଏ, କିନ୍ତୁ ଜୀବନ ବିହୀନ ଶରୀର ଯେମିତି ଏକ ଶବ ଠିକ୍ ସେମିତି ପରମାତ୍ମା ବିମୁଖ ଜୀବ ଏକ ଶବ ସଦୃଶ, ବହୁତ୍ ବଡ ବିଜ୍ଞାନୀ ହୁଅ, ଦେଶକୁ ବିକାଶର ଚରମ ଶିଖରରେ ପହଞ୍ଚାଇବା ର ପ୍ରୟାସ କର ଅତି ଉତ୍ତମ କିନ୍ତୁ ତାହା ପରମ ସତ୍ତା ଯୁକ୍ତ ହେବା ବାଞ୍ଛନୀୟ, ଅନ୍ୟଥା ଏହି ବିକାଶ ବା ଆଧୁନିକତା ତୁମକୁ କୌଣସି ବି ମୁହୂର୍ତ୍ତରେ ସମାପ୍ତ କରି ଦେଇପାରେ, କିନ୍ତୁ ପରମାତ୍ମାଙ୍କ ଶରଣ ରେ ସମାପ୍ତି ନୁହଁ ଶାନ୍ତି, ମୁକ୍ତି ପ୍ରାପ୍ତ ହେବ ନିଶ୍ଚିତ, ଜୟ ଜଗନ୍ନାଥ 🙏🙏🙏
Related Posts

ଧନୀ ଦ୍ରୋହି ଅମ୍ବାନୀ
ନିଜ ପୁରୁଷାର୍ଥ ବଳରେ ଧନୀ ହୋଇ ଦେଶର ଅର୍ଥନୀତି ରେ ସହଯୋଗ କରିବା ଓ ଅନେକ ଲୋକଙ୍କ ଜୀବନ, ଜିବିକା ରେ ସୁଧାର ଆଣିବା କଣ ପାପ?? କିନ୍ତୁ ଆମ ଦେଶରେ ଲୋକଙ୍କ ମାନସିକତା ଦେଖି ଲାଗେ ପ୍ରକୃତ ରେ ଧନୀ ହେବା ଏଠାରେ ପାପ, ଏଇ କିଛି ଦିନ ହେଲା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ୍ ଅମ୍ବାନୀ ଙ୍କ ପୁତ୍ର ର ବିବାହ ଉତ୍ସବ କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅନେକ ମନ୍ତବ୍ୟ ଦେଖି […]
ପାରଦର୍ଶିତା
ରତ୍ନ ଭଣ୍ଡାରର ଅଳଙ୍କାର ଓ ଅମୂଲ୍ୟ ରତ୍ନ ସାର୍ବଜନୀନ ହେବାର କଥା ଯେଉଁ ଅଭିଯୋଗ ଆସୁଛି ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଗ୍ରହଣ କରି ପାରୁନି, ହଁ ଏହାର ଗଣତି ମଣତି ପ୍ରାମାଣିକ ସହକାରେ ଶାସକ ଦଳ, ବିରୋଧୀ ଦଳ, ଅବସର ପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତି,ଶ୍ରୀମନ୍ଦିର ପ୍ରଶାସକ ତଥା ଶ୍ରୀମନ୍ଦିର କମିଟି କିମ୍ବା ଆଉ କାହାକୁ ନେଇ ଏଇମାନଙ୍କ ଭିତରେ ପାରଦର୍ଶିତା ସହିତ ହେଉ, ଯେମିତି ନିଜ ଘରେ କଣ କଣ ଅମୂଲ୍ୟ ପଦାର୍ଥ […]

25 ବର୍ଷର ରାଜତନ୍ତ୍ର
ସରକାର ଙ୍କୁ କିଛି ପରାମର୍ଶ ଦେବାକୁ ବିଜେପି କାର୍ଯ୍ୟକର୍ତ୍ତା କି ସରକାର ଏହାକୁ pressure ବୋଲି ଭାବିବା ଅନୁଚିତ, ଦୀର୍ଘ 25 ବର୍ଷ ଧରି ରାଜତନ୍ତ୍ର ଭଳି ଏକ ଭୟପୂର୍ଣ୍ଣ ବାତାବରଣ ରେ ଥିବା ରାଜ୍ୟବାସୀ ତାର ହୃଦୟ ର ଆବେଗ କୁ ପରିପ୍ରକାଶ କରିବାକୁ ବ୍ୟଗ୍ର, ଲାଗୁଛି ସତେ ଯେମିତି ରାଜ୍ୟ କୌଣସି କ୍ରୁର ହାତରୁ ମୁକ୍ତି ପାଇଛି, ତେଣୁ ଅନେକ ଦିନର ଅନେକ ଅତ୍ୟାଚାର ଓ ବେଦନା ରେ ପୀଡିତ ବ୍ୟକ୍ତି ଅନେକ ଆଶା […]