ରାଜ୍ୟ ବିଜେପି ସରକାର ଙ୍କ ଗୋଟିଏ ନିଷ୍ପତ୍ତି ” ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ” କୁ “ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ” କରିବା କଣ ଅନୁଚିତ୍?? କଣ ଏଥିରେ ଓଡ଼ିଶା ରାଜ୍ୟର ସ୍ୱାଭିମାନ, ଅସ୍ମିତା ଓ ଅସ୍ତିତ୍ଵ ଧରାଶାୟୀ ହେଇଗଲା?? ବିଜୁ ବାବୁଙ୍କ ନାମ ଠାରୁ ଏଇ ମାତୃଭୂମି ର ନାମ ଉତ୍କଳ ବା ଓଡିଶା କଣ ତୁଳନାତ୍ମକ ଭାବେ ଏତେ ନ୍ୟୁନ?? କେବଳ ବିଜେଡି ନୁହଁ କଂଗ୍ରେସ ବି ଏହାକୁ ଓଡ଼ିଆ ଅସ୍ମିତା ର ହତ୍ୟା ବୋଲି ଆରୋପ ଲଗାଇଛି ରାଜ୍ୟ ସରକାରଙ୍କ ଉପରେ, ବ୍ୟକ୍ତି ବା ବ୍ୟକ୍ତି ର ନାମ ଠୁ ମାତୃଭୂମି ବଡ ନୁହଁ?? ହଁ ମୋହନ ସରକାର ଯଦି ବିଜୁ ପଟ୍ଟନାୟକ ଙ୍କ ନାମ ପରିବର୍ତ୍ତେ ନିଜ ପିତାଙ୍କ ନାମ ” ଗୁଣରାମ ମାଝୀ କ୍ରୀଡା ପୁରସ୍କାର ” ରଖିଥାନ୍ତେ ତେବେ ଏହାକୁ ବିରୋଧ କରିବା ସମୀଚୀନ ଥିଲା, ନିମ୍ନ ପ୍ରକାଶିତ ଖବର କାଗଜ ର ସ୍ତମ୍ଭ ରେ ପ୍ରଧାନମନ୍ତ୍ରୀ ଙ୍କର ଏକ କଥାକୁ ଉଲ୍ଲେଖ କରାଯାଇଛି ଯେଉଁଥିରେ ସେ ନିଜେ ବିଜୁ ପଟ୍ଟନାୟକ ଙ୍କର ଗୁଣଗାନ କରିଛନ୍ତି, ବିଜୁ ବାବୁ ନିଶ୍ଚିତ ଜଣେ ଯୋଗ୍ୟ ବ୍ୟକ୍ତି ଓ ଓଡିଶା ପାଇଁ ତାଙ୍କର ଅବଦାନ ଅନେକ ଅଛି, ସେଥିପାଇଁ ସେ ପ୍ରସଂଶା ର ଯୋଗ୍ୟ କିନ୍ତୁ ତା ଅର୍ଥ ନୁହଁ ରାଜ୍ୟରେ ଆଉ କେହି ଯୋଗ୍ୟ ପୁରୁଷ ବା ବରପୁତ୍ର ନଥିଲେ କିମ୍ବା ରାଜ୍ୟର ପ୍ରଗତି ପାଇଁ କାହାର ଅବଦାନ ନଥିଲା, ଏମିତି ତ ତାଙ୍କ ନାମରେ ପୂର୍ବ ସରକାର ଅନେକ ଯୋଜନା କରିଥିଲେ, କିନ୍ତୁ ନୂଆ ସରକାର ତ ସମସ୍ତ ସରକାରୀ ଯୋଜନା ରୁ ତାଙ୍କ ନାମକୁ ଲିଭାଇ ଦେଇ ନାହାନ୍ତି?? ଶହେ ଯୋଜନା ଭିତରୁ ଆଠ ଦଶଟା ଯୋଜନା ରଖି ବାକି ସବୁ ଯୋଜନା କୁ ଓଡିଶା, ଉତ୍କଳ କିମ୍ବା ଏଠାରେ ଥିବା ଅନ୍ୟ ମହାପୁରୁଷଙ୍କ ନାମରେ ପରିବର୍ତ୍ତୀତ କଲେ ଅସୁବିଧା କଣ?? ଏହାକୁ ବିନା କୌଣସି ବିରୋଧ କରି ସହଜରେ ସ୍ୱୀକାର କରିବା ଉଚିତ୍, ଏହା ସ୍ଵାଗତଯୋଗ୍ୟ ପଦକ୍ଷେପ, 🙏🙏🙏
Related Posts
ଜୀବନ ସୁଧାର
ତା ଜୀବନରେ ସୁଧାର ଆସିବ ଯିଏ ଏହି ରାସ୍ତାରେ ପାଦ ଦେଇ ଯିବାର ପ୍ରୟାସ କରୁଥିବ, ଅନ୍ୟଥା ଯିଏ ନିଜକୁ ସୁଧାରିବାକୁ ଚାହେଁ ନାହିଁ କିମ୍ବା ନିଜକୁ ଶୁଦ୍ଧ ବୋଲି ବିଚାର କରି ନେଇଛି ସେ କେମିତି ସୁଧାର ହେବ?? ହୃଦୟରେ ଥିବା ସମସ୍ତ ପୂର୍ବାଗ୍ରହ ପରିତ୍ୟାଗ କରି ଶିଷ୍ୟ ସୁଲଭ ଗୁଣରେ ଜିଜ୍ଞାସା ମନୋବୃତ୍ତି ରଖି ନୂତନ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି ରଖି ମନ, ହୃଦୟ ବିବେକ ର ଦ୍ଵାର କୁ ଖୋଲିଲେ ସିନା […]
ଯୁଗ ପୁରୁଷ
ଠିକ୍ ପରିବାର ପ୍ରତି ସମର୍ପିତ ଥିବା ବ୍ୟକ୍ତି କିମ୍ବା ପରିବାର ର ସମସ୍ତ ସଦସ୍ୟ ଙ୍କୁ ନିଜର ଅଂଶ ବୋଲି ଚିନ୍ତା କରୁଥିବା ବ୍ୟକ୍ତି ସମସ୍ତ ଙ୍କୁ ଏକାଠି କରିବା ପାଇଁ ଅନେକ ସମୟରେ ନିଜର ସିଦ୍ଧାନ୍ତ ସହିତ ସାଲିସ୍ କରିବାକୁ ପଛାଏ ନାହିଁ, ନିଜର ବ୍ୟକ୍ତିଗତ ଅଭିମାନ, ସ୍ୱାଭିମାନକୁ ବି ବଳି ପକାଇବାକୁ ପ୍ରସ୍ତୁତ ହୋଇଯାଏ, କାରଣ ପରିବାର ବିନା ତାର ଅସ୍ତିତ୍ୱ ମୂଲ୍ୟହୀନ, ସମଗ୍ର ପରିବାର ର କଲ୍ଯାଣ ନିମନ୍ତେ ନିଜର ବ୍ୟକ୍ତିଗତ ଖୁସି […]
ଅନାୟାସ ମୂଲ୍ୟାଙ୍କନ
ବିନା ଆଧାରରେ, ବିନା ତଥ୍ୟ ରେ କେଉଁ ସଜ୍ଜନ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉଚିତ୍ ନୁହଁ, ସମୟ ତ ପ୍ରମାଣିତ ନିଶ୍ଚିତ କରିବ ତାହା ଉଚିତ୍ ଥିଲା କି ନାହିଁ, କିନ୍ତୁ ଆରୋପ ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ ଦୁର୍ଜନ ମାନଙ୍କୁ ଏଇ କିଛି କ୍ଷଣ ପାଇଁ ସଜ୍ଜନ ମାନଙ୍କର ସଜ୍ଜନତା କୁ ଉପହାସ କରିବାର ସୁଯୋଗ ମିଳିବ, ୟା ଦ୍ଵାରା ସବୁଠୁ ବଡ଼ କ୍ଷତି ହେବ ଅନେକ ସାଧାରଣ ଲୋକଙ୍କ ଭିତରେ ସଜ୍ଜନ […]