ତା ଜୀବନରେ ସୁଧାର ଆସିବ ଯିଏ ଏହି ରାସ୍ତାରେ ପାଦ ଦେଇ ଯିବାର ପ୍ରୟାସ କରୁଥିବ, ଅନ୍ୟଥା ଯିଏ ନିଜକୁ ସୁଧାରିବାକୁ ଚାହେଁ ନାହିଁ କିମ୍ବା ନିଜକୁ ଶୁଦ୍ଧ ବୋଲି ବିଚାର କରି ନେଇଛି ସେ କେମିତି ସୁଧାର ହେବ?? ହୃଦୟରେ ଥିବା ସମସ୍ତ ପୂର୍ବାଗ୍ରହ ପରିତ୍ୟାଗ କରି ଶିଷ୍ୟ ସୁଲଭ ଗୁଣରେ ଜିଜ୍ଞାସା ମନୋବୃତ୍ତି ରଖି ନୂତନ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି ରଖି ମନ, ହୃଦୟ ବିବେକ ର ଦ୍ଵାର କୁ ଖୋଲିଲେ ସିନା ଶୁଦ୍ଧ ଜ୍ଞାନ ରୂପକ ବାୟୁ କୁ ଗ୍ରହଣ କରିବ, ଯେତେ ପର୍ଯ୍ୟନ୍ତ ବ୍ୟକ୍ତି ନିଜର ମିଥ୍ୟା ଅଭିମାନକୁ ତ୍ୟାଗ ନ କରିବ, ଜାଣିବାର, ଶିଖିବାର ଆଗ୍ରହ ନ ରଖିବ କେମିତି ତାର ଉନ୍ନତି ହେବ?? ସେଥିପାଇଁ ଜ୍ଞାନୀ କୁ ସର୍ବଦା ହୃଦୟରେ ଦୈନ୍ୟ ଭାବ ଜାଗ୍ରତ କରିବାକୁ ହେବ, କିନ୍ତୁ ଯିଏ ସବୁ ଜାଣି ବି ମୋହ, ଭ୍ରମ ଓ ଅହଙ୍କାର ବସତଃ ନିଜକୁ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ ତାକୁ ସମଗ୍ର ସଂସାରରେ କେହି ବି ତାର ଉଦ୍ଧାର କରି ପାରିବେ ନାହିଁ, ଠିକ୍ ରାମାୟଣ ର ରାବଣ ଭଳି, ନିଜର ସର୍ବଶ୍ରେଷ୍ଠ ଦୁଇ ବୀର ଖର, ଦୁଷଣ ଓ ତାଙ୍କର ଦଶ ହଜାର ସୈନ୍ଯ ଙ୍କୁ ଏକୁଟିଆ ପ୍ରଭୁ ଶ୍ରୀରାମ ବିନାଶ କରି ଦେବାର ଖବର ପାଇ ରାବଣ ଦୃଢ଼ ନିଶ୍ଚିତ ଥିଲା ଯେ ଏ ରାମ ନିଶ୍ଚିତ ବିଷ୍ନୁଙ୍କ ଅବତାର, କିନ୍ତୁ ଏହା ଜାଣି ବି ସେ ମନ୍ଦୋଦରୀଙ୍କୁ କହୁଛନ୍ତି ” ହୋୟହି ଭଜନୁ ନା ତାମସ ଦେହା ମନ କ୍ରମ ବଚନ ମନ୍ତ୍ର ଦୃଢ଼ ରହା ” ଅର୍ଥାତ୍ ଯଦିଓ ମୁଁ ଜାଣୁଛି ରାମ ମନୁଷ୍ୟ ନୁହଁ ଭଗବାନ ତଥାପି ଏ ତାମସ ଦେହଧାରୀ ରାବଣ କେବେବି ତାଙ୍କର ଭଜନ, ଗୁଣଗାନ କରି ପାରିବ ନାହିଁ, ଏପରି ଭାବନା ରଖି ରାବଣ ତାର ମୁକ୍ତି ର ଦ୍ଵାର କୁ ସଦା ସର୍ବଦା ପାଇଁ ବନ୍ଦ କରିଦେଲା, କହିବାର ତାତ୍ପର୍ଯ୍ୟ ସମାଜ ରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅବଗତ ଯେ ସେମାନେ ଯେଉଁ ରାସ୍ତାରେ ଯାଉଛନ୍ତି, ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଅନୀତି, ଅସତ୍ୟ, ଅଧର୍ମ ଉପରେ ପର୍ଯ୍ୟବେସିତ କିନ୍ତୁ ନିଜର ମୋହ ଓ ଅହଙ୍କାର ରେ ସେମାନେ ଏତେ ମାତ୍ରାରେ କବଳିତ ଯେ ଏହି ସତ୍ୟ, ନ୍ୟାୟ ଓ ଧର୍ମ ର ରାସ୍ତାକୁ ଗ୍ରହଣ କରି ପାରନ୍ତି ନାହିଁ, ତାହେଲେ କେମିତି ସୁଧାର ହେବ ସେମାନଙ୍କର?? ଠିକ୍ ରାବଣ ର ଅନ୍ତ ସମୟର ପରିଣାମ ଭଳି, ସବୁ ଜାଣିଶୁଣି ଏହି ଅସତ୍ୟ ପଥ ରୁ ବିଚ୍ୟୁତ ନ ହେବ ତାର ବିନାଶ ଅବଶ୍ୟମ୍ଭାବୀ, ଜୟ ଜଗନ୍ନାଥ 🙏🙏🙏
Related Posts
ଓଡ଼ିଶା ଯୋଗ୍ୟପୁତ୍ରଙ୍କ ଗନ୍ତାଘର
ରାଜ୍ୟ ବିଜେପି ସରକାର ଙ୍କ ଗୋଟିଏ ନିଷ୍ପତ୍ତି ” ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ” କୁ “ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ” କରିବା କଣ ଅନୁଚିତ୍?? କଣ ଏଥିରେ ଓଡ଼ିଶା ରାଜ୍ୟର ସ୍ୱାଭିମାନ, ଅସ୍ମିତା ଓ ଅସ୍ତିତ୍ଵ ଧରାଶାୟୀ ହେଇଗଲା?? ବିଜୁ ବାବୁଙ୍କ ନାମ ଠାରୁ ଏଇ ମାତୃଭୂମି ର ନାମ ଉତ୍କଳ ବା ଓଡିଶା କଣ ତୁଳନାତ୍ମକ ଭାବେ ଏତେ ନ୍ୟୁନ?? କେବଳ ବିଜେଡି ନୁହଁ କଂଗ୍ରେସ ବି ଏହାକୁ ଓଡ଼ିଆ ଅସ୍ମିତା […]
ଅନାୟାସ ମୂଲ୍ୟାଙ୍କନ
ବିନା ଆଧାରରେ, ବିନା ତଥ୍ୟ ରେ କେଉଁ ସଜ୍ଜନ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉଚିତ୍ ନୁହଁ, ସମୟ ତ ପ୍ରମାଣିତ ନିଶ୍ଚିତ କରିବ ତାହା ଉଚିତ୍ ଥିଲା କି ନାହିଁ, କିନ୍ତୁ ଆରୋପ ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ ଦୁର୍ଜନ ମାନଙ୍କୁ ଏଇ କିଛି କ୍ଷଣ ପାଇଁ ସଜ୍ଜନ ମାନଙ୍କର ସଜ୍ଜନତା କୁ ଉପହାସ କରିବାର ସୁଯୋଗ ମିଳିବ, ୟା ଦ୍ଵାରା ସବୁଠୁ ବଡ଼ କ୍ଷତି ହେବ ଅନେକ ସାଧାରଣ ଲୋକଙ୍କ ଭିତରେ ସଜ୍ଜନ […]

ଧନୀ ଦ୍ରୋହି ଅମ୍ବାନୀ
ନିଜ ପୁରୁଷାର୍ଥ ବଳରେ ଧନୀ ହୋଇ ଦେଶର ଅର୍ଥନୀତି ରେ ସହଯୋଗ କରିବା ଓ ଅନେକ ଲୋକଙ୍କ ଜୀବନ, ଜିବିକା ରେ ସୁଧାର ଆଣିବା କଣ ପାପ?? କିନ୍ତୁ ଆମ ଦେଶରେ ଲୋକଙ୍କ ମାନସିକତା ଦେଖି ଲାଗେ ପ୍ରକୃତ ରେ ଧନୀ ହେବା ଏଠାରେ ପାପ, ଏଇ କିଛି ଦିନ ହେଲା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ୍ ଅମ୍ବାନୀ ଙ୍କ ପୁତ୍ର ର ବିବାହ ଉତ୍ସବ କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅନେକ ମନ୍ତବ୍ୟ ଦେଖି […]