ଯେଉଁଠି ଦେଖ କେବଳ ଅଭିଯୋଗ, ଅଭିଯୋଗ, ଅଭିଯୋଗ, ଦୁନିଆ ଖରାପ ହେଇଗଲା, ମନୁଷ୍ୟ ଭିତରେ ଆଉ ସଂସ୍କାର ବୋଲି କିଛି ନାହିଁ, ଦୁନିଆ ପାପ ର ଘଡ଼ା ରେ ପରିପୂର୍ଣ୍ଣ ହେବାକୁ ବସିଲାଣି, ଦୁନିଆ ସ୍ୱାର୍ଥପର ହୋଇଗଲା, ମଣିଷ ସମାଜ ଅତି ନିମ୍ନ ସ୍ତରକୁ ଚାଲିଗଲା, ସବୁଠି ହତାଶାପୂର୍ଣ୍ଣ ବାତାବରଣ, ଏମିତି ଯେଉଁଠି ଦେଖ ଯାହାକୁ ଦେଖ କେବଳ ଅଭିଯୋଗ ର ଫର୍ଦ୍ଦ ଧରି ବୁଲୁଛି ଆଜିର ମଣିଷ, ଆରେ ଭାଇ କଣ କେବଳ ଅଭିଯୋଗ କରି କରି, ହତାଶା ର ମଞ୍ଜି ବୁଣି ବୁଣି ଏ ଅମୂଲ୍ୟ ଜୀବନ ଓ ସମୟକୁ ନାଶ କରିଦେବୁ ନା କିଛି ନିରାକରଣ ଚିନ୍ତା କରି, ପ୍ରୟାସ କରି ଆଶା ର କିରଣ ହୋଇ ନିଜ ଜୀବନକୁ ସାର୍ଥକ କରି ଏହି କାର୍ଯ୍ୟରେ ନିମିତ୍ତ ହେବୁ???
ହେଲା ତୋର ଅଭିଯୋଗ ରେ ନିଶ୍ଚିତ ସତ୍ୟତା ଅଛି, କିନ୍ତୁ ଏହା ବି ସମ୍ଭାବନା ଅଛି ତୁ ଚାହିଁଲେ ଏଭଳି ବାତାବରଣ କୁ ସୁଧାରି ଦେବୁ, ନିଜଠାରୁ ଏହି ସଂସ୍କାରଧର୍ମି କାର୍ଯ୍ୟର ଶ୍ରୀଗଣେଶ କର, ତୁ ତ ନିଜେ ଶୁଦ୍ଧ ହେବାର ପ୍ରୟାସ କର, ନିଜେ ଭଲ ହେବାର ଅଭିଳାଷ ନେଇ ଆଗକୁ ପାଦ ବଢା, ଅତି କମ୍ ରେ ଏ ଦୁନିଆ ରୁ ଗୋଟିଏ ଖରାପ, କୁସଂସ୍କାରି ,ଅହଙ୍କାରୀ, କୁତ୍ସିତ ବିଚାର ର ଲୋକ ତ କମିଯିବ, ଏତିକି ତ ତୋ ହାତରେ ଅଛି ନା?? ନିଜେ ଉତ୍ତମ ହେବା ପାଇଁ ତ ତୋତେ କୌଣସି ପ୍ରତିବନ୍ଧକ ନାହିଁ?? ତେବେ ଡେରି କାହିଁକି ଅଭିଯୋଗ ର ଫର୍ଦ୍ଦ କୁ ଫୋପାଡି ଦେଇ ନିଜ ପାଇଁ, ସମାଜ ପାଇଁ, ଧର୍ମ ପାଇଁ, ରାଷ୍ଟ୍ର ପାଇଁ ଗୋଟିଏ ପାଦ ଆଗକୁ ବଢ଼ାଇ ନିଜର ତଥା ସମାଜ ର ମଙ୍ଗଳକାରୀ ହୋଇଯା, କେବଳ ଅଭିଯୋଗ ଓ ଉପଦେଶ ଦେଇ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ରୁ ମୁହଁ ମୋଡି ଦେବୁ ନା ନିଜଠାରୁ ଆରମ୍ଭ କରି ,ପରମାତ୍ମାଙ୍କ କାର୍ଯ୍ୟରେ ନିମିତ୍ତ ହୋଇ ନିଜ ଜୀବନକୁ ସାର୍ଥକ କରିବୁ ବିଚାର ତୋର ନିଜସ୍ଵ, ଧନ୍ୟବାଦ୍