ନିଜ ପୁରୁଷାର୍ଥ ବଳରେ ଧନୀ ହୋଇ ଦେଶର ଅର୍ଥନୀତି ରେ ସହଯୋଗ କରିବା ଓ ଅନେକ ଲୋକଙ୍କ ଜୀବନ, ଜିବିକା ରେ ସୁଧାର ଆଣିବା କଣ ପାପ?? କିନ୍ତୁ ଆମ ଦେଶରେ ଲୋକଙ୍କ ମାନସିକତା ଦେଖି ଲାଗେ ପ୍ରକୃତ ରେ ଧନୀ ହେବା ଏଠାରେ ପାପ, ଏଇ କିଛି ଦିନ ହେଲା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ୍ ଅମ୍ବାନୀ ଙ୍କ ପୁତ୍ର ର ବିବାହ ଉତ୍ସବ କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅନେକ ମନ୍ତବ୍ୟ ଦେଖି ଅନୁଭବ ହୁଏ ସତ ରେ ଯେମିତି ସେ ଜଣେ ଦେଶ ଦ୍ରୋହି, କେବଳ ଏଇ ବିବାହ ଉତ୍ସବ କୁ ନେଇ ନୁହଁ 2014 ଠାରୁ ବିରୋଧୀ ଯେମିତି ଅମ୍ବାନୀ, ଆଦାନୀ ହଉଛନ୍ତି ଲାଗେ ଯେମିତି ଏମାନେ ଦେଶର ଶତୃ, କିନ୍ତୁ ଏମିତି ମନ୍ତବ୍ୟ 2014 ପୂର୍ବରୁ ବୋଧେ ଦେଖିବାକୁ ମିଳୁନଥିଲା, ଅମ୍ବାନୀ ଙ୍କ ପୁତ୍ର ର ବିବାହ ଉତ୍ସବ କୁ ଦେଖିଲେ ଲାଗେ ବିଶ୍ୱର ଜଣେ ଏତେବଡ଼ ଶିଳ୍ପପତି ସମ୍ପୂର୍ଣ୍ଣ ସନାତନୀ ପରମ୍ପରା ରେ ମହାନ୍ ମହାନ୍ ସାଧୁ, ସନ୍ଥ, ଶଙ୍କରାଚାର୍ଯ୍ୟ ଙ୍କୁ ନିଜ ବାସଭବନ କୁ ନିମନ୍ତ୍ରଣ କରି ସସମ୍ମାନେ ପୂଜା କରି ଆଶିର୍ବାଦ ନେବା, ଏତେବଡ଼ ବିବାହ ଉତ୍ସବ ଯାହା ଏହି ଦେଶରେ ହୋଇଥିଲା ଯେଉଁଥିରେ ଦେଶର ଅର୍ଥନୀତି କୁ ବି ପରୋକ୍ଷରେ ସହଯୋଗ ମିଳିଥିଲା ତାହା କଣ ଭୁଲ୍?? ସେ ଚାହିଁଥିଲେ ଏହାକୁ ବିଦେଶ ରେ କେଉଁ ବିଶିଷ୍ଟ ସ୍ଥାନରେ ଏହାକୁ କରାଇ ପାରିଥାନ୍ତେ ଯାହା ସେମାନଙ୍କର ଅର୍ଥନୀତି ରେ ସହଯୋଗ ହୋଇ ଥାନ୍ତା, ସେ ଚାହିଁଥିଲେ ସନାତନୀ ପରମ୍ପରା ଅନୁସାରେ ନ କରି, ଆଧୁନିକ ଶୈଳୀରେ କରି ଏକ ବିକୃତ ପରମ୍ପରା ରେ ସମ୍ପନ୍ନ ହୋଇ ପାରିଥାନ୍ତା,ବିଶିଷ୍ଟ ଶିଳ୍ପପତି ମାନଙ୍କର ଦେଶର ଅର୍ଥନୀତି ରେ ଯୋଗଦାନ ଅତୁଳନୀୟ,ଠିକ୍ ଆମ ଭଳି ସେମାନେ ବି ଦେଶର ନାଗରିକ,କିନ୍ତୁ ସେମାନଙ୍କ ପ୍ରତି ଏତେ ଘୃଣା, ଏତେ ଅସହିଷ୍ଣୁତା କାହିଁକି?? ପ୍ରକୃତ ରେ ଏ ସବୁ କଂଗ୍ରେସ ର ମୋଦୀ ବିରୋଧୀ ମାନସିକତା ଓ ଏଭଳି ବିରୋଧାଭାଷ ବାମପନ୍ଥୀ ବିଚାର ଧାରା ର ପ୍ରତିଫଳନ, ଏଇଥିପାଇଁ ବୋଧେ ଅନେକ ଶିଳ୍ପପତି ବିଦେଶରେ ନିଜର ପ୍ରତିଷ୍ଠାନ ଖୋଲିବାକୁ ପସନ୍ଦ କରନ୍ତି କାରଣ ଆମ ମାନସିକତା ଭଳି ସେମାନଙ୍କର ମାନସିକତା ନଥାଏ, ବରଂ ସେମାନଙ୍କୁ ତାଙ୍କ ଦେଶରେ ଅଧିକ ସ୍କୋପ ଓ ସମ୍ମାନ ମିଳିଥାଏ, ଏଭଳି ମାନସିକତା ଦେଶ ପାଇଁ କ୍ଷତିକାରକ।
ଧନୀ ଦ୍ରୋହି ଅମ୍ବାନୀ
