ପରିବର୍ତ୍ତନ ସଂସାର ଓ ପ୍ରକୃତି ର ଏକ ସ୍ୱାଭାବିକ ଗୁଣ, ଏହି ପରିବର୍ତ୍ତନ କୁ ସାଦରେ ସ୍ଵୀକାର କରିଛି ସର୍ବପ୍ରାଚୀନ ସନାତନ ଧର୍ମ, ସେଥିପାଇଁ କୁହାଯାଏ ସନାତନ ଚିର ପୁରାତନ ନିତ୍ୟ ନୂତନ, ଏଠାରେ ଯୁଗ, ସ୍ଥାନ, କାଳ,ପାତ୍ର ଅନୁସାରେ ଧର୍ମ ର ସଂଜ୍ଞା ବି ବଦଳିଯାଏ, କିନ୍ତୁ ଏହି ପରିବର୍ତ୍ତନ ଭିତରେ ମାନବିକ ମୂଲ୍ୟବୋଧ କୁ ସର୍ବଦା ଗୁରୁତ୍ବ ଦିଆଯାଇଛି, କିନ୍ତୁ ବେଳେବେଳେ ଆମ ଭିତରେ ଥିବା ରୁଢ଼ି ବାଦୀ ବା conservative ବିଚାର ଧାରା ଅନେକ ସମୟରେ ବ୍ୟକ୍ତି କୁ ଓ ସମାଜ କୁ ଭ୍ରମିତ କରିଥାଏ, ଆଉ ଏଭଳି ରୁଢ଼ି ବାଦୀ ବ୍ୟକ୍ତି ମାନେ ଧର୍ମ ଓ ଶାସ୍ତ୍ର ର ଦ୍ୱାହି ଦେଇ ଧାର୍ମିକ ସରଳ ବିଶ୍ଵାସୀ ଲୋକଙ୍କ ପ୍ରତି ଅତ୍ୟାଚାର କରିଥାନ୍ତି, ଏଇଥିପାଇଁ ତ ଏଠାରେ ଅମକ ବାବା, ସମକ ବାବା ଙ୍କ ଶରଣ କୁ ଯାଇ ନିଜେ ପ୍ରତାରିତ ହୋଇଥାନ୍ତି, ଏବେ ଯେମିତି ରାଜ୍ୟରେ ଦୁଇଟି ପ୍ରସଙ୍ଗ ବଡ଼ ଠାକୁରଙ୍କ ରଥ ରୁ ଶ୍ରୀଗୁଣ୍ଡିଚା ମନ୍ଦିର କୁ ଯିବା ଘଟଣା ହେଲା ପରେ ଯେମିତି ରାଜ୍ୟ ଓ ଦେଶକୁ ମହାପ୍ରଳୟ ର ଆଶଙ୍କା ଆସିବା ର କଥା କିମ୍ବା ଏବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତି ରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ କଥା ହେଉ ଏମିତି କଥାର ପ୍ରଚାର ପ୍ରସାର କରି ଲୋକଙ୍କୁ ଭୟଭୀତ କରିବାର ପ୍ରୟାସ କରିବା, ଧର୍ମ ଭିତରେ ରୁଢ଼ି ବାଦ ର ବିଚାର ଯେତେବେଳେ ଗ୍ରହଣୀୟ ହୋଇଯାଏ ସେତେବେଳେ ଯେଉଁ ଧର୍ମ ମନୁଷ୍ୟ ଭିତରେ ମହାନତା,ମାନବିକ ମୂଲ୍ୟବୋଧର ଶୀର୍ଷ ସ୍ଥାନରେ ପହଞ୍ଚାଇ ମହାମାନବ ବା ମହାତ୍ମା ହେବାର ସମ୍ଭାବନା ରଖିବା କଥା ସେଠାରେ ଧାର୍ମିକ କଟ୍ଟରତା ବୃଦ୍ଧି ପାଏ ଯାହାର ପ୍ରଭାବ ରେ ଆତଙ୍କବାଦ ବା ଅରାଜକତା ବିଚାର ର ପ୍ରତିଷ୍ଠା ହୋଇ ଲୋକ ଆତଙ୍କବାଦୀ ହୋଇଯାଏ ଯେମିତି ସାରା ବିଶ୍ୱରେ ଏକ ଧର୍ମ ରେ ପରିଲକ୍ଷିତ ହେଉଛି, ଧର୍ମ ର ଅର୍ଥ ବ୍ୟାପକ, ଧର୍ମ କେବଳ ମଠ, ମନ୍ଦିର, ତିଳକ, ମାଳା, ମସଜିଦ୍, ଗୀର୍ଜା, ଗୁରୁଦ୍ଵାର ଭିତରେ ସୀମିତ ନୁହଁ, ଧର୍ମ ଏକ ସର୍ବୋଚ୍ଚ ଜୀବନ ଧାରା ର ପଦ୍ଧତି, ଧର୍ମ ଆଚରଣ ଦ୍ଵାରା ଏକ ଦିବ୍ୟ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ, ପୂଜାସ୍ଥଳ ବା ଉପାସନା ସ୍ଥଳ ବା ଧାର୍ମିକ ବିଧି ବିଧାନ ର ଯେ କିଛି ମହତ୍ତ୍ୱ ନାହିଁ ଏହା ଅସ୍ୱୀକାର୍ଯ୍ୟ, କିନ୍ତୁ ଏ ସବୁ ଧର୍ମ ର ବାହ୍ୟ ସ୍ଵରୂପ, କିନ୍ତୁ ପ୍ରକୃତ ଧର୍ମ ଏହାଠୁ ଆହୁରି ଅନେକ କିଛି, ଜୟ ଜଗନ୍ନାଥ 🙏🙏🙏
ଧାର୍ମିକ କଟ୍ଟରତା
