ସତ କି ମିଛ ସରକାର ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କିମ୍ବା ବିଜେପି ଦଳ ଜାଣିଛି, କିନ୍ତୁ ବିରୋଧୀ କିମ୍ବା ରାଜ୍ୟର କିଛି ଜନସାଧାରଣ ପ୍ରକାଶ କରୁଛନ୍ତି ଆଦରଣୀୟ ମୁଖମନ୍ତ୍ରୀ କାହା ଦ୍ଵାରା ପରିଚାଳିତ ହେଉଛନ୍ତି କିମ୍ବା ରାଜ୍ୟରେ ନିଆଯାଉଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ ନାହାଁନ୍ତି, କିନ୍ତୁ ମୋର ବ୍ୟକ୍ତିଗତ ମତ ମାନନୀୟ ମୁଖ୍ୟମନ୍ତ୍ରୀ ନା କାହା ଦ୍ଵାରା ପରିଚାଳିତ ହେବା ଭଳି ବ୍ୟକ୍ତିତ୍ୱ ନା ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ଅନଭିଜ୍ଞ, କିନ୍ତୁ କଥା ଯେତେବେଳେ ଉଠୁଛି ଏହାକୁ ଭୁଲ୍ ବୋଲି ରାଜ୍ୟର ସାଢେ ଚାରିକୋଟି ଜନତାଙ୍କୁ ନିଜର ନିଷ୍ପତ୍ତି ଓ କାର୍ଯ୍ୟକଳାପ ଦ୍ଵାରା ବିଶ୍ବାସ ଦେବା ଉଚିତ୍ ଯେ ଆପଣ ମାନଙ୍କର ଜନାଦେଶ ର ଅପମାନ ହେବ ନାହିଁ ପୂର୍ବ ସରକାର ଭଳି ଯାହାକୁ ଅନ୍ୟ ଜଣେ ଅଣରାଜନୈତିକ ବ୍ୟକ୍ତି ପରିଚାଳିତ କରୁଥିଲେ ସେଭଳି ଏ ନୂଆ ସରକାର ନୁହଁ ବୋଲି, ଆଉ ଯଦି ବି ଏହା ସତ୍ୟ ହୋଇଥାଏ ତେବେ ରାଜ୍ୟ ଓ କେନ୍ଦ୍ର ବିଜେପି ଏହାକୁ ଗୁରୁତ୍ୱ ସହକାରେ ନେବା ଉଚିତ୍, କାରଣ ରାଜ୍ୟର ଜନତାଙ୍କ ଆଜିର ଯେଉଁ ଦୁର୍ଦ୍ଦଶା ହୋଇଛି ତାହାର ଏକମାତ୍ର କାରଣ ରାଜ୍ୟ ସତ୍ତା ର ଶିଖରରେ ବସିଥିବା ପୂର୍ବତନ ମୁଖିଆ ଦୀର୍ଘ 25 ବର୍ଷ କାଳ ଅନ୍ୟ କଥାରେ, ଅନ୍ୟ ନିଷ୍ପତ୍ତି ଦ୍ଵାରା ପରିଚାଳିତ ହେଉଥିଲେ, ଇଶ୍ଵର କରନ୍ତୁ ରାଜ୍ୟବାସୀ ଙ୍କୁ ଏଭଳି ଦୁର୍ଦିନ ର ସମ୍ମୁଖୀନ ହେବାକୁ ନ ପଡୁ, 🙏🙏🙏
Related Posts
ଯୁଗ ପୁରୁଷ
ଠିକ୍ ପରିବାର ପ୍ରତି ସମର୍ପିତ ଥିବା ବ୍ୟକ୍ତି କିମ୍ବା ପରିବାର ର ସମସ୍ତ ସଦସ୍ୟ ଙ୍କୁ ନିଜର ଅଂଶ ବୋଲି ଚିନ୍ତା କରୁଥିବା ବ୍ୟକ୍ତି ସମସ୍ତ ଙ୍କୁ ଏକାଠି କରିବା ପାଇଁ ଅନେକ ସମୟରେ ନିଜର ସିଦ୍ଧାନ୍ତ ସହିତ ସାଲିସ୍ କରିବାକୁ ପଛାଏ ନାହିଁ, ନିଜର ବ୍ୟକ୍ତିଗତ ଅଭିମାନ, ସ୍ୱାଭିମାନକୁ ବି ବଳି ପକାଇବାକୁ ପ୍ରସ୍ତୁତ ହୋଇଯାଏ, କାରଣ ପରିବାର ବିନା ତାର ଅସ୍ତିତ୍ୱ ମୂଲ୍ୟହୀନ, ସମଗ୍ର ପରିବାର ର କଲ୍ଯାଣ ନିମନ୍ତେ ନିଜର ବ୍ୟକ୍ତିଗତ ଖୁସି […]
ସମ୍ଭ୍ରାନ୍ତବଂଶୀ ନବୀନ୍ ଓ ସାଧାରଣ ବନବାସୀ ମୋହନ
ଅତ୍ୟଧିକ ବିନମ୍ରତା କୁ ଆଜିର ସମାଜ ଆଖିରେ ଅପାରଗତା ବୋଲି ବିଚାର କରାଯାଏ, ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ କଲେ, ନିଜେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ କୁ ତାଙ୍କ ନିବାସ କୁ ଯାଇ ନିମନ୍ତ୍ରଣ ଦେବା ସତ୍ତ୍ଵେ ଉପସ୍ଥିତ ହେଲେ ନାହିଁ, ଏହା ନବୀନ୍ ବାବୁଙ୍କ ଅହଙ୍କାର ଓ ମୁଖ୍ୟମନ୍ତ୍ରୀ ପଦର ଗାରିମା କୁ ଅପମାନିତ କଲେ, କାରଣ ଏ ରାଜ୍ୟରେ ଥିବା ଠିକ୍ ନବୀନ୍ ବାବୁଙ୍କ ଭଳି ସମ୍ଭ୍ରାନ୍ତବଂଶୀ ଏକ ସାଧାରଣ ବନବାସୀ ବର୍ଗ ର […]
ଜୀବନ ସୁଧାର
ତା ଜୀବନରେ ସୁଧାର ଆସିବ ଯିଏ ଏହି ରାସ୍ତାରେ ପାଦ ଦେଇ ଯିବାର ପ୍ରୟାସ କରୁଥିବ, ଅନ୍ୟଥା ଯିଏ ନିଜକୁ ସୁଧାରିବାକୁ ଚାହେଁ ନାହିଁ କିମ୍ବା ନିଜକୁ ଶୁଦ୍ଧ ବୋଲି ବିଚାର କରି ନେଇଛି ସେ କେମିତି ସୁଧାର ହେବ?? ହୃଦୟରେ ଥିବା ସମସ୍ତ ପୂର୍ବାଗ୍ରହ ପରିତ୍ୟାଗ କରି ଶିଷ୍ୟ ସୁଲଭ ଗୁଣରେ ଜିଜ୍ଞାସା ମନୋବୃତ୍ତି ରଖି ନୂତନ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି ରଖି ମନ, ହୃଦୟ ବିବେକ ର ଦ୍ଵାର କୁ ଖୋଲିଲେ ସିନା […]