ରତ୍ନ ଭଣ୍ଡାରର ଅଳଙ୍କାର ଓ ଅମୂଲ୍ୟ ରତ୍ନ ସାର୍ବଜନୀନ ହେବାର କଥା ଯେଉଁ ଅଭିଯୋଗ ଆସୁଛି ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଗ୍ରହଣ କରି ପାରୁନି, ହଁ ଏହାର ଗଣତି ମଣତି ପ୍ରାମାଣିକ ସହକାରେ ଶାସକ ଦଳ, ବିରୋଧୀ ଦଳ, ଅବସର ପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତି,ଶ୍ରୀମନ୍ଦିର ପ୍ରଶାସକ ତଥା ଶ୍ରୀମନ୍ଦିର କମିଟି କିମ୍ବା ଆଉ କାହାକୁ ନେଇ ଏଇମାନଙ୍କ ଭିତରେ ପାରଦର୍ଶିତା ସହିତ ହେଉ, ଯେମିତି ନିଜ ଘରେ କଣ କଣ ଅମୂଲ୍ୟ ପଦାର୍ଥ ଅଛି ତାହାକୁ ସାର୍ବଜନୀନ କରାଯାଏ ନାହିଁ ଠିକ୍ ସେମିତି ଏହାକୁ ସାର୍ବଜନୀନ କରାନଯାଉ, କାରଣ ମହାପ୍ରଭୁଙ୍କର କଣ କଣ ଅମୂଲ୍ୟ ରତ୍ନ ବା ଅଳଙ୍କାର ଅଛି ତାହାକୁ ସାର୍ବଜନୀନ କରାଗଲେ ହୁଏ ତ ସୁଦୂର ଭବିଷ୍ୟତରେ ଏକ ବିପଦ ନ ଆସିବ କିଏ କହିବ?? କିଏ କହିବ ବିଧର୍ମୀ କିମ୍ବା ବିଦେଶୀ ମାନଙ୍କର ଲୋଲୁପ ଦୃଷ୍ଟି ଏହା ଉପରେ ନ ପଡିବ ବୋଲି?? ଇତିହାସରେ ବିଧର୍ମୀ ମାନଙ୍କ ଦ୍ଵାରା ସୋମନାଥ ମନ୍ଦିର ଭଳି ଅନେକ ହିନ୍ଦୁ ମନ୍ଦିର ଲୁଟ୍ ହୋଇଛି, ଆଉ ଆମ ହିନ୍ଦୁ ଯେମିତି ସଙ୍ଗଠିତ ଓ ଧର୍ମ ପରମ୍ପରା ଓ ନିଜର ଦେବାଦେବୀଙ୍କ ପାଇଁ ଯେତେ ଉତ୍ସର୍ଗୀକୃତ ତାହା ଏ ଇତିହାସ ଦେଖି ସାରିଛି, ତେଣୁ ଏହି ଆଶଙ୍କା ବି ଅମୂଳକ ନୁହଁ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତ୍ତି ଭବିଷ୍ୟତରେ କେଉଁ ବିଧର୍ମୀ ବା ବିଦେଶୀ ମାନଙ୍କର କୁଦୃଷ୍ଟିରେ ନ ପଡିବ ବୋଲି, ତେଣୁ ମୋର ବ୍ୟକ୍ତିଗତ ମତ ଏ ସବୁର ଗଣତି ମଣତି ରେ ଏଭଳି ପାରଦର୍ଶିତା ରହୁ, କିମ୍ବା ଏଥିପାଇଁ ଏମିତି ବ୍ୟକ୍ତି ମାନଙ୍କର ଚୟନ କରାଯାଉ ଯାହାଦ୍ୱାରା ସମସ୍ତ କୋଟି କୋଟି ଶ୍ରୀଜଗନ୍ନାଥ ପ୍ରେମୀଙ୍କର ବିଶ୍ବାସ ଭାଜନ ହୋଇ ପାରିବ, ମୁଁ ଜାଣିନି ମୋ ମତ ଗ୍ରହଣୀୟ ହେବ କି ନାହିଁ କିନ୍ତୁ ଏହା ମୋ ମନର ଭାବନା, ବିଚାର ଆପଣ ମାନଙ୍କର, ଜୟ ଜଗନ୍ନାଥ 🙏🙏🙏
Related Posts
ସମ୍ଭ୍ରାନ୍ତବଂଶୀ ନବୀନ୍ ଓ ସାଧାରଣ ବନବାସୀ ମୋହନ
ଅତ୍ୟଧିକ ବିନମ୍ରତା କୁ ଆଜିର ସମାଜ ଆଖିରେ ଅପାରଗତା ବୋଲି ବିଚାର କରାଯାଏ, ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ କଲେ, ନିଜେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ କୁ ତାଙ୍କ ନିବାସ କୁ ଯାଇ ନିମନ୍ତ୍ରଣ ଦେବା ସତ୍ତ୍ଵେ ଉପସ୍ଥିତ ହେଲେ ନାହିଁ, ଏହା ନବୀନ୍ ବାବୁଙ୍କ ଅହଙ୍କାର ଓ ମୁଖ୍ୟମନ୍ତ୍ରୀ ପଦର ଗାରିମା କୁ ଅପମାନିତ କଲେ, କାରଣ ଏ ରାଜ୍ୟରେ ଥିବା ଠିକ୍ ନବୀନ୍ ବାବୁଙ୍କ ଭଳି ସମ୍ଭ୍ରାନ୍ତବଂଶୀ ଏକ ସାଧାରଣ ବନବାସୀ ବର୍ଗ ର […]

25 ବର୍ଷର ରାଜତନ୍ତ୍ର
ସରକାର ଙ୍କୁ କିଛି ପରାମର୍ଶ ଦେବାକୁ ବିଜେପି କାର୍ଯ୍ୟକର୍ତ୍ତା କି ସରକାର ଏହାକୁ pressure ବୋଲି ଭାବିବା ଅନୁଚିତ, ଦୀର୍ଘ 25 ବର୍ଷ ଧରି ରାଜତନ୍ତ୍ର ଭଳି ଏକ ଭୟପୂର୍ଣ୍ଣ ବାତାବରଣ ରେ ଥିବା ରାଜ୍ୟବାସୀ ତାର ହୃଦୟ ର ଆବେଗ କୁ ପରିପ୍ରକାଶ କରିବାକୁ ବ୍ୟଗ୍ର, ଲାଗୁଛି ସତେ ଯେମିତି ରାଜ୍ୟ କୌଣସି କ୍ରୁର ହାତରୁ ମୁକ୍ତି ପାଇଛି, ତେଣୁ ଅନେକ ଦିନର ଅନେକ ଅତ୍ୟାଚାର ଓ ବେଦନା ରେ ପୀଡିତ ବ୍ୟକ୍ତି ଅନେକ ଆଶା […]
ଓଡ଼ିଶା ଯୋଗ୍ୟପୁତ୍ରଙ୍କ ଗନ୍ତାଘର
ରାଜ୍ୟ ବିଜେପି ସରକାର ଙ୍କ ଗୋଟିଏ ନିଷ୍ପତ୍ତି ” ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ” କୁ “ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ” କରିବା କଣ ଅନୁଚିତ୍?? କଣ ଏଥିରେ ଓଡ଼ିଶା ରାଜ୍ୟର ସ୍ୱାଭିମାନ, ଅସ୍ମିତା ଓ ଅସ୍ତିତ୍ଵ ଧରାଶାୟୀ ହେଇଗଲା?? ବିଜୁ ବାବୁଙ୍କ ନାମ ଠାରୁ ଏଇ ମାତୃଭୂମି ର ନାମ ଉତ୍କଳ ବା ଓଡିଶା କଣ ତୁଳନାତ୍ମକ ଭାବେ ଏତେ ନ୍ୟୁନ?? କେବଳ ବିଜେଡି ନୁହଁ କଂଗ୍ରେସ ବି ଏହାକୁ ଓଡ଼ିଆ ଅସ୍ମିତା […]