ସମସ୍ୟା ସବୁ ମନୁଷ୍ୟର, ସବୁ ଧର୍ମ ର ବ୍ୟକ୍ତି ମାନଙ୍କର, ସବୁ ଜାତିର ବା ବର୍ଗ ର ଅଛି, କିନ୍ତୁ ଦୁର୍ଭାଗ୍ୟର ବିଷୟ କେବଳ ହିନ୍ଦୁ ମାନଙ୍କ ଭିତରେ ଆଞ୍ଚଳିକ ବାଦ ଓ ଜାତିବାଦକୁ ନେଇ କିଛି ସ୍ବାର୍ଥି ବ୍ୟକ୍ତି ନିଜର ସୁପ୍ତ ରାଜନୈତିକ ଉଦ୍ଦେଶ୍ଯ କୁ ହାସଲ କରିବା ପାଇଁ ରାଷ୍ଟ୍ର ବିରୋଧୀ, ସନାତନ ବିରୋଧୀ ବା ହିନ୍ଦୁ ବିରୋଧୀ ହୋଇ ଯାଆନ୍ତି, ଆଉ ଏହା ଦେଶରେ ଅନେକ ଥର ପ୍ରମାଣିତ ହୋଇ ସାରିଛି ଯିଏ ରାଷ୍ଟ୍ର ବିରୋଧୀ ଓ ସନାତନ ବିରୋଧୀ ହୋଇଯାଏ ବା ଅନ୍ୟ ସାଧାରଣ ବର୍ଗ ଙ୍କୁ ହେବା ପାଇଁ ପ୍ରୋତ୍ସାହିତ କରେ ଏମାନେ ସମସ୍ତେ ପରୋକ୍ଷରେ ମାନବତା ର ବିରୋଧୀ ହୋଇ ଯାଆନ୍ତି, ନିଜର ସୁପ୍ତ ରାଜନୈତିକ ଇଚ୍ଛା କୁ ପୂରଣ କରିବା ପାଇଁ ଅନ୍ୟକୁ ହିଂସା କରାଇବା ପାଇଁ ପ୍ରବର୍ତ୍ତାଇ ଥାଆନ୍ତି, ଏମିତି କି ଅନ୍ୟର ଜୀବନ ନେବାକୁ ବି ପ୍ରେରିତ କରିଥାନ୍ତି, ଏ କେମିତି ମାନସିକତା, ଏଭଳି ବ୍ୟକ୍ତି ମାନଙ୍କୁ ସତର୍କ ରୁହନ୍ତୁ, ଏମାନେ କେବଳ ରାଷ୍ଟ୍ର, ଧର୍ମ ର ବିରୋଧୀ ନୁହଁନ୍ତି ଏମାନେ ମନୁଷ୍ଯ ଜାତି ପାଇଁ ବହୁତ ସାଂଘାତିକ, ଏଭଳି ବିଚାର କୁ ପ୍ରୋତ୍ସାହନ ଦେବା ବି ଅତ୍ୟନ୍ତ ସ୍ପର୍ଶକାତର ବିଷୟ ,ବିଶେଷକରି ଏଭଳି ବିଘଟନକାରୀ ତତ୍ତ୍ଵ ହିନ୍ଦୁ ମାନଙ୍କ ଭିତରେ ଥାଆନ୍ତି, ସାଧୁ ସାବଧାନ୍ 🙏🙏🙏
Related Posts
ଅନାୟାସ ମୂଲ୍ୟାଙ୍କନ
ବିନା ଆଧାରରେ, ବିନା ତଥ୍ୟ ରେ କେଉଁ ସଜ୍ଜନ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉଚିତ୍ ନୁହଁ, ସମୟ ତ ପ୍ରମାଣିତ ନିଶ୍ଚିତ କରିବ ତାହା ଉଚିତ୍ ଥିଲା କି ନାହିଁ, କିନ୍ତୁ ଆରୋପ ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ ଦୁର୍ଜନ ମାନଙ୍କୁ ଏଇ କିଛି କ୍ଷଣ ପାଇଁ ସଜ୍ଜନ ମାନଙ୍କର ସଜ୍ଜନତା କୁ ଉପହାସ କରିବାର ସୁଯୋଗ ମିଳିବ, ୟା ଦ୍ଵାରା ସବୁଠୁ ବଡ଼ କ୍ଷତି ହେବ ଅନେକ ସାଧାରଣ ଲୋକଙ୍କ ଭିତରେ ସଜ୍ଜନ […]
ଅସ୍ତିତ୍ୱର ପ୍ରଶଂସକ
ସତ୍ୟ, ଧର୍ମ ଓ ନ୍ୟାୟର ପୂଜାରୀ ହୁଅ, ସେ ଶତୃ ପକ୍ଷର ହେଉକି ମିତ୍ର ପକ୍ଷର, ଯେଉଁଠି ବି ସତ୍ୟ, ଧର୍ମ ନ୍ୟାୟର ଅସ୍ତିତ୍ୱ ଅନୁଭବ ହେଉଛି ତାର ପୂଜା କର, ସେ ବ୍ୟକ୍ତି ହେଉ କି ସମୂହ, ତାର ପ୍ରଶଂସକ ହୁଅ, ଦୁନିଆର ରୀତି ନୀତି କୁ ବି ଅଣଦେଖା କରିଦିଅ, ନିରପେକ୍ଷ ହେବାର ଦ୍ୱାହି ଦେଇ ଧର୍ମ ର ପକ୍ଷଧର ନ ହୋଇ କିମ୍ବା ଅଧର୍ମକୁ ବି ବିରୋଧ ନ କରି ନୀରବ ହୋଇଯିବା […]
ଧନୀ ଦ୍ରୋହି ଅମ୍ବାନୀ
ନିଜ ପୁରୁଷାର୍ଥ ବଳରେ ଧନୀ ହୋଇ ଦେଶର ଅର୍ଥନୀତି ରେ ସହଯୋଗ କରିବା ଓ ଅନେକ ଲୋକଙ୍କ ଜୀବନ, ଜିବିକା ରେ ସୁଧାର ଆଣିବା କଣ ପାପ?? କିନ୍ତୁ ଆମ ଦେଶରେ ଲୋକଙ୍କ ମାନସିକତା ଦେଖି ଲାଗେ ପ୍ରକୃତ ରେ ଧନୀ ହେବା ଏଠାରେ ପାପ, ଏଇ କିଛି ଦିନ ହେଲା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ୍ ଅମ୍ବାନୀ ଙ୍କ ପୁତ୍ର ର ବିବାହ ଉତ୍ସବ କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅନେକ ମନ୍ତବ୍ୟ ଦେଖି […]