ଠିକ୍ ପରିବାର ପ୍ରତି ସମର୍ପିତ ଥିବା ବ୍ୟକ୍ତି କିମ୍ବା ପରିବାର ର ସମସ୍ତ ସଦସ୍ୟ ଙ୍କୁ ନିଜର ଅଂଶ ବୋଲି ଚିନ୍ତା କରୁଥିବା ବ୍ୟକ୍ତି ସମସ୍ତ ଙ୍କୁ ଏକାଠି କରିବା ପାଇଁ ଅନେକ ସମୟରେ ନିଜର ସିଦ୍ଧାନ୍ତ ସହିତ ସାଲିସ୍ କରିବାକୁ ପଛାଏ ନାହିଁ, ନିଜର ବ୍ୟକ୍ତିଗତ ଅଭିମାନ, ସ୍ୱାଭିମାନକୁ ବି ବଳି ପକାଇବାକୁ ପ୍ରସ୍ତୁତ ହୋଇଯାଏ, କାରଣ ପରିବାର ବିନା ତାର ଅସ୍ତିତ୍ୱ ମୂଲ୍ୟହୀନ, ସମଗ୍ର ପରିବାର ର କଲ୍ଯାଣ ନିମନ୍ତେ ନିଜର ବ୍ୟକ୍ତିଗତ ଖୁସି କୁ ବି ଜ୍ୱାଳାଞ୍ଜଳି ଦେବାକୁ ପ୍ରସ୍ତୁତ ହୋଇଥାଏ, ତା ନିଜର ବୋଲି କିଛି ନଥାଏ, ସେ ନିଜକୁ ପରିବାର ପାଇଁ ସମର୍ପିତ କରିଦେଇଥାଏ ଠିକ୍ ନଦୀ ସମୁଦ୍ର ରେ ସମାହିତ ହେଲା ପରି ନିଜକୁ ସମାହିତ କରିଦେଇ ନିଜର ଅସ୍ତିତ୍ଵ କୁ ବିଲୟ କରିଦେଇ ଥାଏ, କିନ୍ତୁ ଯେତେବେଳେ ନଦୀ କୁ କେତେବେଳେ କିଏ ପଚାରେ ନିଜ ଅସ୍ତିତ୍ଵ କୁ ବିଲୟ କରି କେମିତି ଅନୁଭବ ହେଉଛି ତୋତେ?? ସେ ସହଜରେ ଉତ୍ତର ଦେଇଥାଏ ମୁଁ ଅପାର ଶାନ୍ତି ର ଅନୁଭବ କରୁଛି, ମହାପୁରୁଷ ମାନେ ଏ ସମାଜ ବା ସମସ୍ତ ସଂସାର କୁ ନିଜର ପରିବାର ବୋଲି ବିଚାର କରିଥାନ୍ତି, ସେଥିପାଇଁ ତ ନିଜର ସମସ୍ତ ବ୍ୟକ୍ତିଗତ ଇଚ୍ଛା କୁ ପରିତ୍ୟାଗ କରି, ନିଜର ଅଭିମାନ, ସ୍ୱାଭିମାନ ଏମିତି କି ନିଜର ବ୍ୟକ୍ତିଗତ ଓ पारमार्थिक କଲ୍ଯାଣ କୁ ବି ପରିତ୍ୟାଗ କରି ଦେଇ ଏ ସମଗ୍ର ସଂସାରର କଲ୍ଯାଣ ନିମନ୍ତେ ସମର୍ପିତ ହୋଇ ଯାଇଥାନ୍ତି ଏ ବିରାଟ ସ୍ଵରୂପ ସମାଜ ନିକଟରେ, କେଉଁ ଗିରି କନ୍ଦର ରେ ତପ, ସାଧନା କରି ପରମାତ୍ମାଙ୍କ ସହିତ ବିଲୟ ହେବାର ଦିବ୍ୟ ଅନୁଭୂତି କୁ ବି ପ୍ରାପ୍ତ କରିବାର କାମନା କୁ ପରିତ୍ୟାଗ କରି ଦେଇଥାନ୍ତି, ପ୍ରତ୍ୟେକ ରାଷ୍ଟ୍ର ପ୍ରେମୀ, ଧର୍ମ ପ୍ରେମୀ, ମାନବ ପ୍ରେମୀ ଏଭଳି ଉଚ୍ଚତମ ବିଚାର ରେ ପ୍ରେରିତ, ଆଉ ଏଭଳି ବ୍ୟକ୍ତିମାନଙ୍କୁ ଯୁଗ ପୁରୁଷ କୁହାଯାଏ, ଏଭଳି ବ୍ୟକ୍ତି ସମାଜ ର ଉଦ୍ଧାର କରିବାର ଯୋଗ୍ୟତା ରଖିଥାନ୍ତି, ଏଭଳି ବ୍ୟକ୍ତି ସର୍ବଦା ପୂଜନୀୟ 🙏🙏🙏
Related Posts
ଏ ବିକାଶ କେତେ ଅସହାୟ
ତୁମେମାନେ କେଉଁ ବିଜ୍ଞାନ, କେଉଁ ଆଧୁନିକତା, କେଉଁ ବିକାଶ ର ଡିଣ୍ଡିମ ପିଟି ଗର୍ବ ଅନୁଭବ କରି ପରମ ସତ୍ତା ପ୍ରତି ସନ୍ଦେହ ପ୍ରକଟ କରୁଛ?? ଏଇ ତୁମର ସର୍ବଶ୍ରେଷ୍ଠ ସଂରଚନା ଯାହାକୁ ନେଇ ଅହଙ୍କାରୀ ହୋଇଯାଇ କୋଟି କୋଟି ବ୍ରହ୍ମାଣ୍ଡ ର ସଂରଚକ ସଞ୍ଚାଳକ ଙ୍କ ଅସ୍ତିତ୍ବ କୁ ଅସ୍ୱୀକାର କରୁଛ ??? ବିଶ୍ୱର ଆଜିର ସବୁଠୁ ବଡ଼ ଖବରରୁ ନିଶ୍ଚିତ ଅନୁଭବ କରିଥିବ ତୁମର ସାମର୍ଥ୍ୟ ଓ ଶକ୍ତିକୁ, ସାମାନ୍ୟ ଏକ ସଫ୍ଟୱେର କମ୍ପାନୀ […]
ପାରଦର୍ଶିତା
ରତ୍ନ ଭଣ୍ଡାରର ଅଳଙ୍କାର ଓ ଅମୂଲ୍ୟ ରତ୍ନ ସାର୍ବଜନୀନ ହେବାର କଥା ଯେଉଁ ଅଭିଯୋଗ ଆସୁଛି ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଗ୍ରହଣ କରି ପାରୁନି, ହଁ ଏହାର ଗଣତି ମଣତି ପ୍ରାମାଣିକ ସହକାରେ ଶାସକ ଦଳ, ବିରୋଧୀ ଦଳ, ଅବସର ପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତି,ଶ୍ରୀମନ୍ଦିର ପ୍ରଶାସକ ତଥା ଶ୍ରୀମନ୍ଦିର କମିଟି କିମ୍ବା ଆଉ କାହାକୁ ନେଇ ଏଇମାନଙ୍କ ଭିତରେ ପାରଦର୍ଶିତା ସହିତ ହେଉ, ଯେମିତି ନିଜ ଘରେ କଣ କଣ ଅମୂଲ୍ୟ ପଦାର୍ଥ […]
ଦୁନିଆ ସ୍ୱାର୍ଥପର ହୋଇଗଲା
ଯେଉଁଠି ଦେଖ କେବଳ ଅଭିଯୋଗ, ଅଭିଯୋଗ, ଅଭିଯୋଗ, ଦୁନିଆ ଖରାପ ହେଇଗଲା, ମନୁଷ୍ୟ ଭିତରେ ଆଉ ସଂସ୍କାର ବୋଲି କିଛି ନାହିଁ, ଦୁନିଆ ପାପ ର ଘଡ଼ା ରେ ପରିପୂର୍ଣ୍ଣ ହେବାକୁ ବସିଲାଣି, ଦୁନିଆ ସ୍ୱାର୍ଥପର ହୋଇଗଲା, ମଣିଷ ସମାଜ ଅତି ନିମ୍ନ ସ୍ତରକୁ ଚାଲିଗଲା, ସବୁଠି ହତାଶାପୂର୍ଣ୍ଣ ବାତାବରଣ, ଏମିତି ଯେଉଁଠି ଦେଖ ଯାହାକୁ ଦେଖ କେବଳ ଅଭିଯୋଗ ର ଫର୍ଦ୍ଦ ଧରି ବୁଲୁଛି ଆଜିର ମଣିଷ, ଆରେ ଭାଇ କଣ କେବଳ ଅଭିଯୋଗ କରି […]