ସତ୍ୟ, ଧର୍ମ ନ୍ୟାୟ ପଥ ର ଶକ୍ତି

କହି ପାରିବେ ଆଜିର ସମୟରେ ଅଧର୍ମର ପ୍ରଭାବ ଅଧିକ ମାତ୍ରାରେ କାହିଁକି ତାର ଅସ୍ତିତ୍ୱକୁ ଆହୁରି ପ୍ରସାରିତ କରିବାକୁ ଚାହୁଁଛି?? କେବଳ ଯେ ଆଜି ଅଧର୍ମ ତାର କ୍ରୂରତା କୁ ବିସ୍ତାର କରିବାର ପ୍ରୟାସ କରୁଛି ତା ନୁହଁ, ସବୁ ଯୁଗରେ ଅଧର୍ମ ତାର କାୟା ବିସ୍ତାର କରିବାକୁ ପ୍ରୟାସ କରିଥାଏ, ସତ୍ୟ ଯୁଗର ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ତ୍ରେତୟା ଯୁଗର ଦଶାନନ ରାବଣ ,ଦ୍ଵାପର ଯୁଗର କଂସ କିମ୍ବା ଦୁର୍ଯ୍ୟୋଧନ ଏମାନଙ୍କର ଭୟଙ୍କର ଅତ୍ୟାଚାରରେ ସତ୍ୟ, ଧର୍ମ, ନ୍ୟାୟ ଅନେକ କ୍ଷତାକ୍ତ ହୋଇ ଲହୁଲୁହାଣ ହୋଇଛି, କିନ୍ତୁ ସର୍ବଶେଷରେ ଏହି ଇଶ୍ୱରରୂପୀ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତୀକ ଭଗବାନ ରୂପୀ ବରାହ, ନୃସିଂହ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ବିଜୟ ପତାକା ଉଡିଛି, ସୂର୍ଯ୍ୟୋଦୟକୁ ଅପେକ୍ଷା କରି ରଣଭୂମିରେ ଅପେକ୍ଷାରତ ପ୍ରଭୁ ଶ୍ରୀରାମଙ୍କ ସେନା ଓ ମହାପ୍ରତାପୀ ରାବଣର ଦୁର୍ଦ୍ଦଶ ଓ ଦୁର୍ଦ୍ଦାନ୍ତ ରାକ୍ଷସ ଗଣ, ଗୋଟିଏ ପଟେ ହଜାର ହଜାର ପ୍ରଶିକ୍ଷିତ ମାୟାବୀ ରାକ୍ଷସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ, ଆଉ ଅନ୍ୟପଟେ ପଥର ,ବୃକ୍ଷ, ଗଦା ରେ ସୁସଜ୍ଜିତ ଯୁଦ୍ଧରେ ଅନଭିଜ୍ଞ କପି ସେନା, ସେହି ରାତ୍ରିର ଘନ ଅନ୍ଧକାରରେ ରାବଣର ବୀର ପୁତ୍ର ଇନ୍ଦ୍ରଜିତ ଶତୃ ପକ୍ଷଙ୍କୁ ଭୟ ଦେଖାଇବା ଉଦ୍ଦେଶ୍ଯ ରେ ଏମିତି ଏକ ଦିବ୍ୟାସ୍ତ୍ରର ସନ୍ଧାନ କରିଛି ତାର ପ୍ରଭାବରେ ଏକ କୃତ୍ରିମ ଭୟଙ୍କର ସୁନାମି ର ପ୍ରହେଳିକା ସ୍ରୁଷ୍ଟି କରି ବାନର ସେନାଙ୍କୁ ଭୟଭୀତ କରାଇ ଦେଇଛି, ଠିକ୍ ସେତିକିବେଳେ ପ୍ରଭୁ ଶ୍ରୀରାମଙ୍କ ର ଏକ ଉତ୍ସାହ ପୂର୍ଣ୍ଣ ବାଣୀ ରେ ବାନର ସେନା ଭିତରେ ଶତ ସିଂହର ବଳ ଜାଗ୍ରତ ହୋଇଛି, ପ୍ରଭୁ କୁହନ୍ତି ଆଜି ଅଧର୍ମ, ଅନୀତି, ଅତ୍ୟାଚାରୀ ରୂପୀ ରାବଣ ସତ୍ୟ, ଧର୍ମ ନ୍ୟାୟ ପଥରେ ଥିବା ଶକ୍ତି ମାନଙ୍କୁ ଭୟଭୀତ କରିବାର ପ୍ରୟାସ କରୁଛି, ମୁଁ ଜାଣିଛି ଇନ୍ଦ୍ରଜିତର ଏହି ବାଣ ତୁମ ମାନଙ୍କର ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତି ଥିବା ନିଷ୍ଠା ର ନିଆଁକୁ ଦୋହଲାଇ ଦେଉଛି,

କିନ୍ତୁ ଏତିକି ମନେରଖ ରାବଣ ର ଅସୀମ ଶକ୍ତି ବି ଏହି ସଂଖ୍ୟା କମ୍ ଥିବା, ଦିବ୍ୟାସ୍ତ୍ର ବିହୀନ ଥିବା, ପ୍ରଶିକ୍ଷିତ ଯୋଦ୍ଧା ବିହୀନ ଥିବା ଓ ଆସୁରିକ ଶକ୍ତି କୁ ଦୁର୍ବଳ ବୋଲି ପ୍ରତୀତ ହେଉଥିବା ଏହି ସମୂହ ର ତିଳେ ମାତ୍ର କ୍ଷତି ପହଞ୍ଚାଇ ପାରିବ ନାହିଁ, ଏମିତି କି ତ୍ରିଦେବ ବି ଆମକୁ ପରାଜିତ କରି ପାରିବେ ନାହିଁ, କାରଣ ସତ୍ୟ, ଧର୍ମ ଓ ନ୍ୟାୟ ଏମିତି ଏକ ଶକ୍ତି ଯାହାର ବିଜୟ କୁ ବ୍ରହ୍ମାଣ୍ଡ ର କୌଣସି ବି ଶକ୍ତି ସମ୍ମୁଖୀନ ହୋଇ ପାରିବ ନାହିଁ, କିନ୍ତୁ ଗୋଟିଏ ସର୍ତ୍ତ ଏହି ରାସ୍ତାରେ ଯାଉଥିବା ପଥିକ ର ସତ୍ୟ, ଧର୍ମ ଓ ନ୍ୟାୟ ଉପରେ ହିମାଳୟ ଭଳି ଅଟଳ,ଅଚଳ ନିଷ୍ଠା ଓ ବିଶ୍ବାସ ରହିବା ଉଚିତ୍, ଆଜିର ପରିସ୍ଥିତି ଠିକ୍ ସେଇଆ, ସତ୍ୟ, ଧର୍ମ, ନ୍ୟାୟ ର କଥା, ଉପଦେଶ ତ ଅନେକ ଶୁଣିବାକୁ ମିଳୁଛି, ମନ୍ଦିର ରେ ଭିଡ ବଢିଛି, ନିତ୍ୟ ଭାଗବତ କଥା, ରାମ କଥା ର ଆୟୋଜନ ଦିନକୁ ଦିନ ବଢୁଛି, ଜୟ ଶ୍ରୀରାମ ର ଧ୍ୱନି ଶୁଣିବାକୁ ବି ମିଳୁଛି, ରାମ ମନ୍ଦିର ବି ପ୍ରତିଷ୍ଠା ହୋଇ ସାରିଛି, କିନ୍ତୁ ବାସ୍ତବରେ ଆସୁରିକ ଶକ୍ତି ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରି ଚାଲିଛି କାରଣ ସତ୍ୟ, ଧର୍ମ ଓ ନ୍ୟାୟ ର ରାସ୍ତାରେ ପାଦ ଦେଇଥିବା ଜନସମୂହ ଭିତରେ ଆଜି ନିଜ ଶକ୍ତି ଉପରେ ସନ୍ଦେହ ଉପୁଜିଛି, ଆଉ ଏହା ବି ସତ୍ୟ ଯେଉଁଦିନ ଏହି ସମୁହ ଭିତରେ ସତ୍ୟ, ଧର୍ମ ଓ ନ୍ୟାୟ ର ଶକ୍ତି ପ୍ରତି ନିଷ୍ଠା ଓ ବିଶ୍ବାସ ଆସିଯିବ ସେଦିନ ଅମର, ଅଜେୟ ବୋଲି ପ୍ରତୀତ ହେଉଥିବା ରାବଣ ର ଅନ୍ତ ସୁନିଶ୍ଚିତ, ଜୟ ଶ୍ରୀରାମ 🙏🙏🙏

Leave a Reply

Your email address will not be published. Required fields are marked *