ଅତ୍ୟଧିକ ବିନମ୍ରତା କୁ ଆଜିର ସମାଜ ଆଖିରେ ଅପାରଗତା ବୋଲି ବିଚାର କରାଯାଏ, ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ କଲେ, ନିଜେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ କୁ ତାଙ୍କ ନିବାସ କୁ ଯାଇ ନିମନ୍ତ୍ରଣ ଦେବା ସତ୍ତ୍ଵେ ଉପସ୍ଥିତ ହେଲେ ନାହିଁ, ଏହା ନବୀନ୍ ବାବୁଙ୍କ ଅହଙ୍କାର ଓ ମୁଖ୍ୟମନ୍ତ୍ରୀ ପଦର ଗାରିମା କୁ ଅପମାନିତ କଲେ, କାରଣ ଏ ରାଜ୍ୟରେ ଥିବା ଠିକ୍ ନବୀନ୍ ବାବୁଙ୍କ ଭଳି ସମ୍ଭ୍ରାନ୍ତବଂଶୀ ଏକ ସାଧାରଣ ବନବାସୀ ବର୍ଗ ର ବ୍ୟକ୍ତି ଙ୍କୁ ମୁଖ୍ୟମନ୍ତ୍ରୀ ହେବା ହୃଦୟ ରୁ ସହଜରେ ଗ୍ରହଣ କରି ପାରୁନାହାନ୍ତି, ଏହି ଘଟଣା ରୁ ବିଜେପି ଦଳ, ସରକାର ଓ ନିଜେ ମୁଖ୍ୟମନ୍ତ୍ରୀ ଏକ ଶିକ୍ଷା ଲାଭ କରିବା ଉଚିତ୍ ହୃଦୟବାନ ମନୁଷ୍ୟ ମାନଙ୍କ ନିକଟରେ ବିନମ୍ରତା ଶୋଭା ପାଏ କିନ୍ତୁ ନିଜର ପଦ, ପ୍ରତିଷ୍ଠା, କୁଳ କୁ ନେଇ ମିଥ୍ୟା ଅଭିମାନ ରଖୁଥିବା ଅହଙ୍କାରୀ ମାନଙ୍କୁ କେବଳ ଶିଷ୍ଟାଚାର ପୂର୍ଣ୍ଣ ବ୍ୟବହାର ପର୍ଯ୍ୟାପ୍ତ, 🙏🙏🙏
Related Posts

ଧନୀ ଦ୍ରୋହି ଅମ୍ବାନୀ
ନିଜ ପୁରୁଷାର୍ଥ ବଳରେ ଧନୀ ହୋଇ ଦେଶର ଅର୍ଥନୀତି ରେ ସହଯୋଗ କରିବା ଓ ଅନେକ ଲୋକଙ୍କ ଜୀବନ, ଜିବିକା ରେ ସୁଧାର ଆଣିବା କଣ ପାପ?? କିନ୍ତୁ ଆମ ଦେଶରେ ଲୋକଙ୍କ ମାନସିକତା ଦେଖି ଲାଗେ ପ୍ରକୃତ ରେ ଧନୀ ହେବା ଏଠାରେ ପାପ, ଏଇ କିଛି ଦିନ ହେଲା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ୍ ଅମ୍ବାନୀ ଙ୍କ ପୁତ୍ର ର ବିବାହ ଉତ୍ସବ କୁ ନେଇ ସାମାଜିକ ଗଣମାଧ୍ୟମ ରେ ଅନେକ ମନ୍ତବ୍ୟ ଦେଖି […]
ଯୁଗ ପୁରୁଷ
ଠିକ୍ ପରିବାର ପ୍ରତି ସମର୍ପିତ ଥିବା ବ୍ୟକ୍ତି କିମ୍ବା ପରିବାର ର ସମସ୍ତ ସଦସ୍ୟ ଙ୍କୁ ନିଜର ଅଂଶ ବୋଲି ଚିନ୍ତା କରୁଥିବା ବ୍ୟକ୍ତି ସମସ୍ତ ଙ୍କୁ ଏକାଠି କରିବା ପାଇଁ ଅନେକ ସମୟରେ ନିଜର ସିଦ୍ଧାନ୍ତ ସହିତ ସାଲିସ୍ କରିବାକୁ ପଛାଏ ନାହିଁ, ନିଜର ବ୍ୟକ୍ତିଗତ ଅଭିମାନ, ସ୍ୱାଭିମାନକୁ ବି ବଳି ପକାଇବାକୁ ପ୍ରସ୍ତୁତ ହୋଇଯାଏ, କାରଣ ପରିବାର ବିନା ତାର ଅସ୍ତିତ୍ୱ ମୂଲ୍ୟହୀନ, ସମଗ୍ର ପରିବାର ର କଲ୍ଯାଣ ନିମନ୍ତେ ନିଜର ବ୍ୟକ୍ତିଗତ ଖୁସି […]
ଦୁନିଆ ସ୍ୱାର୍ଥପର ହୋଇଗଲା
ଯେଉଁଠି ଦେଖ କେବଳ ଅଭିଯୋଗ, ଅଭିଯୋଗ, ଅଭିଯୋଗ, ଦୁନିଆ ଖରାପ ହେଇଗଲା, ମନୁଷ୍ୟ ଭିତରେ ଆଉ ସଂସ୍କାର ବୋଲି କିଛି ନାହିଁ, ଦୁନିଆ ପାପ ର ଘଡ଼ା ରେ ପରିପୂର୍ଣ୍ଣ ହେବାକୁ ବସିଲାଣି, ଦୁନିଆ ସ୍ୱାର୍ଥପର ହୋଇଗଲା, ମଣିଷ ସମାଜ ଅତି ନିମ୍ନ ସ୍ତରକୁ ଚାଲିଗଲା, ସବୁଠି ହତାଶାପୂର୍ଣ୍ଣ ବାତାବରଣ, ଏମିତି ଯେଉଁଠି ଦେଖ ଯାହାକୁ ଦେଖ କେବଳ ଅଭିଯୋଗ ର ଫର୍ଦ୍ଦ ଧରି ବୁଲୁଛି ଆଜିର ମଣିଷ, ଆରେ ଭାଇ କଣ କେବଳ ଅଭିଯୋଗ କରି […]