ସରକାର ଙ୍କୁ କିଛି ପରାମର୍ଶ ଦେବାକୁ ବିଜେପି କାର୍ଯ୍ୟକର୍ତ୍ତା କି ସରକାର ଏହାକୁ pressure ବୋଲି ଭାବିବା ଅନୁଚିତ, ଦୀର୍ଘ 25 ବର୍ଷ ଧରି ରାଜତନ୍ତ୍ର ଭଳି ଏକ ଭୟପୂର୍ଣ୍ଣ ବାତାବରଣ ରେ ଥିବା ରାଜ୍ୟବାସୀ ତାର ହୃଦୟ ର ଆବେଗ କୁ ପରିପ୍ରକାଶ କରିବାକୁ ବ୍ୟଗ୍ର, ଲାଗୁଛି ସତେ ଯେମିତି ରାଜ୍ୟ କୌଣସି କ୍ରୁର ହାତରୁ ମୁକ୍ତି ପାଇଛି, ତେଣୁ ଅନେକ ଦିନର ଅନେକ ଅତ୍ୟାଚାର ଓ ବେଦନା ରେ ପୀଡିତ ବ୍ୟକ୍ତି ଅନେକ ଆଶା ବିଶ୍ବାସ ନେଇ ଅନେଇ ବସିଛି, ସ୍ୱାଭାବିକ ଭାବେ ଏତେ କମ୍ ଦିନରେ ସବୁ ସମ୍ଭବ ନୁହଁ, କିନ୍ତୁ ଅସମ୍ଭବ ବି ନୁହଁ, ଆଦରଣୀୟ ପ୍ରଧାନମନ୍ତ୍ରୀ ଙ୍କୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ସମେତ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ହେବ ଏ ରାଜ୍ୟର ପ୍ରଗତି ପାଇଁ, ଲୋକଙ୍କ ର ଅନେକ ଦିନର କିଛି ସମସ୍ୟା କୁ ଗୁରୁତର ସହକାରେ ନେବାକୁ ହେବ, ଲୋକଙ୍କର ଅନେକ ଆଶା ଅଛି ବର୍ତ୍ତମାନ ର ସରକାର ଠାରୁ, ତେଣୁ ଏହାକୁ ସକାରାତ୍ମକ ହିସାବରେ ନେଇ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ କୁ ଅଗ୍ରାଧିକାର ଦିଅନ୍ତୁ, 🙏🙏🙏
Related Posts
ସମ୍ଭ୍ରାନ୍ତବଂଶୀ ନବୀନ୍ ଓ ସାଧାରଣ ବନବାସୀ ମୋହନ
ଅତ୍ୟଧିକ ବିନମ୍ରତା କୁ ଆଜିର ସମାଜ ଆଖିରେ ଅପାରଗତା ବୋଲି ବିଚାର କରାଯାଏ, ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ କଲେ, ନିଜେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ କୁ ତାଙ୍କ ନିବାସ କୁ ଯାଇ ନିମନ୍ତ୍ରଣ ଦେବା ସତ୍ତ୍ଵେ ଉପସ୍ଥିତ ହେଲେ ନାହିଁ, ଏହା ନବୀନ୍ ବାବୁଙ୍କ ଅହଙ୍କାର ଓ ମୁଖ୍ୟମନ୍ତ୍ରୀ ପଦର ଗାରିମା କୁ ଅପମାନିତ କଲେ, କାରଣ ଏ ରାଜ୍ୟରେ ଥିବା ଠିକ୍ ନବୀନ୍ ବାବୁଙ୍କ ଭଳି ସମ୍ଭ୍ରାନ୍ତବଂଶୀ ଏକ ସାଧାରଣ ବନବାସୀ ବର୍ଗ ର […]
ପାରଦର୍ଶିତା
ରତ୍ନ ଭଣ୍ଡାରର ଅଳଙ୍କାର ଓ ଅମୂଲ୍ୟ ରତ୍ନ ସାର୍ବଜନୀନ ହେବାର କଥା ଯେଉଁ ଅଭିଯୋଗ ଆସୁଛି ମୁଁ ବ୍ୟକ୍ତିଗତ ଭାବେ ଏହାକୁ ଗ୍ରହଣ କରି ପାରୁନି, ହଁ ଏହାର ଗଣତି ମଣତି ପ୍ରାମାଣିକ ସହକାରେ ଶାସକ ଦଳ, ବିରୋଧୀ ଦଳ, ଅବସର ପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତି,ଶ୍ରୀମନ୍ଦିର ପ୍ରଶାସକ ତଥା ଶ୍ରୀମନ୍ଦିର କମିଟି କିମ୍ବା ଆଉ କାହାକୁ ନେଇ ଏଇମାନଙ୍କ ଭିତରେ ପାରଦର୍ଶିତା ସହିତ ହେଉ, ଯେମିତି ନିଜ ଘରେ କଣ କଣ ଅମୂଲ୍ୟ ପଦାର୍ଥ […]
ସତ୍ୟ, ଧର୍ମ ନ୍ୟାୟ ପଥ ର ଶକ୍ତି
କହି ପାରିବେ ଆଜିର ସମୟରେ ଅଧର୍ମର ପ୍ରଭାବ ଅଧିକ ମାତ୍ରାରେ କାହିଁକି ତାର ଅସ୍ତିତ୍ୱକୁ ଆହୁରି ପ୍ରସାରିତ କରିବାକୁ ଚାହୁଁଛି?? କେବଳ ଯେ ଆଜି ଅଧର୍ମ ତାର କ୍ରୂରତା କୁ ବିସ୍ତାର କରିବାର ପ୍ରୟାସ କରୁଛି ତା ନୁହଁ, ସବୁ ଯୁଗରେ ଅଧର୍ମ ତାର କାୟା ବିସ୍ତାର କରିବାକୁ ପ୍ରୟାସ କରିଥାଏ, ସତ୍ୟ ଯୁଗର ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ତ୍ରେତୟା ଯୁଗର ଦଶାନନ ରାବଣ ,ଦ୍ଵାପର ଯୁଗର କଂସ କିମ୍ବା ଦୁର୍ଯ୍ୟୋଧନ ଏମାନଙ୍କର ଭୟଙ୍କର ଅତ୍ୟାଚାରରେ ସତ୍ୟ, ଧର୍ମ, […]